ଓଡିଆ ଭାଷା ଏକ ପ୍ରାଚୀନ ଭାଷା ଯାହା ବିଶ୍ୱର ପ୍ରଥମ ଶାସ୍ତ୍ରୀୟ ଭାଷା ମଧ୍ୟରେ ଗଣନୀୟ। ଏହାର ଏକ ଠିକ୍ ସଂରଚନା ନିୟମ ରଖିବା ଓ ଭାଷାକୁ ଶୂଖ୍ଷମ ଭାବେ ବୁଝିବା ପାଇଁ ବ୍ୟାକରଣ ଆବଶ୍ୟକ।
ବ୍ୟାକରଣ ଭାଷାର ନିୟମ ସମୂହକୁ ଯଥାର୍ଥ ଭାବେ ବ୍ୟବହାର କରିବାରେ ମଦଦ କରେ। ଯେମିତି, ବାକ୍ୟ ଗଠନର ନିୟମ, ବ୍ୟକ୍ତି ବିଶେଷଣ, କ୍ରିୟାପଦ, ରୂପାନ୍ତର, ଭାଷାର ଶବ୍ଦଗଠନ ଆଦିରେ ଏହାର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ଶିଶୁ ଯେପରି ସ୍କୁଲରେ ପଢ଼ିବାରେ ବ୍ୟାକରଣର ମୂଳ ନିୟମଗୁଡ଼ିକୁ ଶିଖେ, ସେପରି ଏକ ଭାଷାକୁ ଗଭୀର ଭାବରେ ଜାଣିବାରେ ମଧ୍ୟ ବ୍ୟାକରଣର ଭୂମିକା ନିର୍ଣ୍ଣାୟକ।
ଓଡିଆ ବ୍ୟାକରଣ ବ୍ୟବହାରରେ ନିର୍ଦ୍ଦିଷ୍ଟ ନିୟମର ଉପଯୋଗ ସହ ଭୁଲ ଲେଖା ବା କହିବାକୁ ରୋକିବାରେ ମଦଦ କରେ। ଏହା ନିୟମରେ ଅନୁଶାସିତ ଭାବେ ଶିକ୍ଷା ଓ ଅଧ୍ୟାୟନର ମାଧ୍ୟମରେ ଉନ୍ନତି କରେ। ଏହା ଭାଷାର ମୂଳ ଗଠନକୁ ଏକତ୍ର କରି ଏବଂ ଅନ୍ୟ ଭାଷାର ସହିତ ସମ୍ପର୍କ ସୃଷ୍ଟି କରେ।
ସାହିତ୍ୟ ଓ ଶିକ୍ଷାରେ ବ୍ୟାକରଣର ମହତ୍ତ୍ୱ ଅପରିହାର୍ଯ୍ୟ। ଏକ ସହିତା ବା ସଂଗୀତ ଏକ ନିୟମିତ ଗଠନ ବିନା ସଫଳ ହୋଇପାରେନି। ସେହିପରି, ଭାଷା ଏକ ନିର୍ଦ୍ଦିଷ୍ଟ ଗଠନ ନିୟମର ଅନୁସରଣ କଲେ ଶୁଭ ପରିଣାମ ଦେଏ। ଆଧୁନିକ ଯୁଗରେ ଭାଷା ଶିଖା ଓ ସଂରକ୍ଷଣ ଆବଶ୍ୟକ, ଯାହା ବ୍ୟାକରଣ ଅଧିନରେ ଥାଏ।
ଓଡିଆ ବ୍ୟାକରଣ ଭାଷାର ନିୟମ ସୁନିଶ୍ଚିତ କରିବା ସହିତ ତାହାର ସଂସ୍କୃତିକ ଅସ୍ତିତ୍ୱକୁ ବି ସୁରକ୍ଷିତ ରଖେ। ଏହି କାରଣରୁ, ଓଡିଆ ଭାଷା ଓ ସାହିତ୍ୟର ପ୍ରମୋତିରେ ବ୍ୟାକରଣର ଅତ୍ୟନ୍ତ ମୁଖ୍ୟ ଭୂମିକା ରହିଛି। ଓଡ଼ିଶାର ବିଭିନ୍ନ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀମାଙ୍କ ପାଇଁ ‘ସାରସ୍ଵତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ’ ପୁସ୍ତକଟିକୁ ରଚନା କରାଯାଇଅଛି, ସେହି ବିଷୟ ସୂଚୀ କୁ ୱେବସାଇଟ ମାଧ୍ୟମ ରେ ପ୍ରକାଶ କରାଯାଉଅଛି ।
ଲେଖକ: ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ, ଶ୍ରୀ ବ୍ରଜକିଶୋର ହୋତା, ଶ୍ରୀ ଭାସ୍କର ପ୍ରଧାନ (ତାଙ୍କର ବହୁତ ବହୁତ ଧନ୍ୟବାଦ )
ସୂଚୀପତ୍ର
- ବ୍ୟାକରଣର ପ୍ରୟୋଜନୀୟତା
- ଓଡ଼ିଆ ଭାଷାର କ୍ରମବିକାଶ
- ଧ୍ବନି, ବର୍ଣ୍ଣ ଓ ବର୍ଣ୍ଣମାଳା
- ମାତ୍ରା, ଫଳା ଓ ଯୁକ୍ତାକ୍ଷର
- ଶବ୍ଦ ଓ ଶବ୍ଦବିଭାଗ
- ବାକ୍ୟ, ପଦ ଓ ପଦର ଶ୍ରେଣୀବିଭାଗ
- ବିଶେଷ୍ୟ
- ସର୍ବନାମ
- ବିଶେଷଣ
- ଲିଙ୍ଗ
- ବଚନ
- ପୁରୁଷ
- କାରକ
- ସମ୍ବନ୍ଧପଦ
- ସମ୍ବୋଧନପଦ
- ବିଭକ୍ତି
- ଅବ୍ୟୟ
- ଉପସର୍ଗ (ପୂର୍ବ ପ୍ରତ୍ୟୟ)
- କ୍ରିୟା (କ୍ରିୟାର ଧାତୁ, ଧାତୁର ଶ୍ରେଣୀବିଭାଗ: ମୌଳିକ ଧାତୁ ଓ ବିଭାଗୀକରଣ- ତତ୍ସମ ଧାତୁ, ତଦ୍ଭବ ଧାତୁ, ଦେଶଜ ଧାତୁ, ବୈଦେଶିକ ଧାତୁ; ବୈକୃତିକ ଧାତୁର ଶ୍ରେଣୀ ବିଭାଗ– ପ୍ରୟୋଜକ ଧାତୁ ଓ ପ୍ରୟୋଜକ କ୍ରିୟା, ନାମଧାତୁ ଓ ନାମଧାତୁ କ୍ରିୟା, ଏକକ କ୍ରିୟା, ଯୌଗିକ କ୍ରିୟା, ସମାପିକା ଓ ଅସମାପିକା କ୍ରିୟା, ଅମିଶ୍ର କ୍ରିୟା ଓ ମିଶ୍ର କ୍ରିୟା, ସକର୍ମକ-ଅକର୍ମକ-ଦ୍ବିକର୍ମ କ୍ରିୟା, କ୍ରିୟାର କାଳ, କ୍ରିୟାର ଭାବ, କ୍ରିୟାର ପୁରୁଷ ଓ ବଚନ)
- କ୍ରିୟା ବିଶେଷଣ
- କ୍ରିୟାଜ ବିଶେଷଣ
- ପଦାନ୍ୱୟ
- ଣବିଧ୍
- ଷବିଧ୍ଵ
- ସନ୍ଧି (ସ୍ଵରସନ୍ଧି-ବ୍ୟଞ୍ଜନ ସନ୍ଧି-ବିସର୍ଗ ସନ୍ଧି)
- ସମାସ
- ସନନ୍ତ
- ଯଙନ୍ତ
- କୃଦନ୍ତ
- ତଦ୍ଧିତ
- ପଦପରିବର୍ତ୍ତନ
- ବାକ୍ୟର ଲକ୍ଷଣ
- ବାକ୍ୟର ଉଦ୍ଦେଶ୍ୟ ଓ ବିଧେୟ
- ବାକ୍ୟାଂଶ, ଖଣ୍ଡବାକ୍ୟ ଓ ଉପବାକ୍ୟ
- ବାକ୍ୟର ଶ୍ରେଣୀବିଭାଗ
- ବାକ୍ୟର ବାଚ୍ୟ
- ପ୍ରତ୍ୟକ୍ଷୋକ୍ତି ଓ ପରୋକ୍ଷୋକ୍ତି
- ବାକ୍ୟର ରୂପାନ୍ତର
- ବାକ୍ୟବିଶ୍ଳେଷଣ
- ବିରାମ ଚିହ୍ନ (ବାକ୍ୟବିନ୍ୟାସ ଚିହ୍ନ)
- ସଂକ୍ଷେପଣ (ଏକପଦୀକରଣ)
- ଶବ୍ଦବୈଶିଷ୍ଟ୍ୟ :
- ଶବ୍ଦଶକ୍ତି,
- ଶବ୍ଦାର୍ଥ,
- ଶବ୍ଦର ବ୍ୟୁତ୍ପତ୍ତିଗତ ବିଭାଗୀକରଣ,
- ସମୋଚ୍ଚାରିତ ଓ ପ୍ରାୟସମୋଚ୍ଚାରିତ ଶବ୍ଦ,
- ବିପରୀତାର୍ଥବୋଧକ ଶବ୍ଦ,
- ପ୍ରତିଶବ୍ଦ (ପର୍ଯ୍ୟାୟବାଚକ ଶବ୍ଦ),
- ଭିନ୍ନାର୍ଥବୋଧକ ବା ଅନେକାର୍ଥବୋଧକ ଶବ୍ଦ,
- ଯୁଗ୍ମଶବ୍ଦ,
- ଧ୍ଵନ୍ୟାତ୍ମକ ଶବ୍ଦ,
- ଦ୍ଵିରୁକ୍ତ ଶବ୍ଦ
- ଗୋଟିଏ ଶବ୍ଦର ବିଭିନ୍ନ ପଦରୂପେ ବ୍ୟବହାର
- ଅଶୁଦ୍ଧି-ସଂଶୋଧନ
- ରୂଢ଼ି ପ୍ରୟୋଗ
- ଓଡ଼ିଆ ଲୋକବାଣୀ
- ଛନ୍ଦ
- ଅଳଙ୍କାର